ଆତ୍ମ ସମର୍ପଣକାରୀ ନକ୍ସଲଙ୍କ ଥଇଥାନକୁ ବିରୋଧ ।

0 242

ମାଲକାନଗିରି,୧୦/୧୧(ପିପିଟି): ମାଲକାନଗିରି ବ୍ଲକ ଅନ୍ତର୍ଗତ ଚାଲଣଗୁଡା ପଞ୍ଚାୟତରେ ଥିବା ଦଡିଗୁଡା ଓ ଡଙ୍ଗସଖାଲ ଗ୍ରାମ ନିକଟ ଜଙ୍ଗଲରେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ ସରକାର ଥଇଥାନ ପାଇଁ ଗୃହ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିବା ଖବର ପାଇବା ପରେ ଦୁଇ ଗ୍ରାମ ମଧ୍ୟରେ ଆସନ୍ତୋଷ ଦେଖା ଦେଇଛି । ଏହାକୁ ନେଇ ପ୍ରାୟ ୫୦ରୁ ଊର୍ଦ୍ଧ୍ଵ ଗ୍ରାମବାସୀ ଆଜି ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଭେଟି ଏକ ଦାବିପତ୍ର ଦେଇଛନ୍ତି । ଉକ୍ତ ଦୁଇ ଗ୍ରାମ ଆଦିବାସୀ ସମ୍ପ୍ରଦାୟ ଲୋକ ନିକଟସ୍ଥ ପ୍ରାୟତଃ ଜଙ୍ଗଲ ଜାତ ସାମଗ୍ରୀ ଉପରେ ନିର୍ଭରଶୀଳ କରିଥାନ୍ତି । ଦୀର୍ଘ ୭ବର୍ଷରୁ ଉର୍ଦ୍ଧ୍ବ ହେବ ଦୁଇ ଗ୍ରାମରେ ବନବିଭାଗ ଦ୍ୱାରା ବନ ସୁରକ୍ଷା ସମିତି ଗଠନ କରାଯାଇ ଉଜୁଡି ଯାଇଥିବା ଜଙ୍ଗଲର ପୁନରୁଦ୍ଧାର କରିଛନ୍ତି ।ଏହି ଗ୍ରାମରେ ଚାଷ ଜମି ପ୍ରାୟ କମ ରହିଥବା ବେଳେ ପ୍ରାୟଲୋକେ ଜଙ୍ଗଲ ଉପରେ ନିର୍ଭର କରି ନିଜର ଜୀବୀକାର୍ଜନ କରିଥାନ୍ତି। ତେଣୁ ଆତ୍ମସମର୍ପଣକାରୀ ନକ୍ସଲଙ୍କ ଥଇଥାନ ପାଇଁ ଏହିଦୁଇ ଗ୍ରାମର ମଧ୍ୟବର୍ତ୍ତୀ ଜାଗାରେ ଗୃହ ନିର୍ମାଣ କରାଗଲେ ଦୁଇ ଗ୍ରାମରେ ରହିଥିବା ଜଙ୍ଗଲ ନଷ୍ଟ ହେବା ସହ ସ୍ଥାନୀୟ ବସିନ୍ଦାଙ୍କ ଜୀବନ ଜୀବିକା ଉପରେ କୁପ୍ରଭାବିତ ପଡିବ। ଭବିଷ୍ୟତ ପିଢ଼ି ଉପରେ ଅର୍ଥନୈତିକ ପ୍ରଭାବ ପଡିବ ବୋଲି ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଦାବିପତ୍ରରେ ଅବଗତ କରାଇଛନ୍ତି । ଏଣୁ ଏହି ସ୍ଥାନ ବ୍ଯତୀତ ଅନ୍ୟ ସ୍ଥାନରେ ଆତ୍ମ ସମର୍ପଣକାରୀ ନକ୍ସଲମାନଙ୍କୁ ଥଇଥାନ କରିବାକୁ ଦୁଇ ଗ୍ରାମବାସୀ ମିଳିତ ଭାବେ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶଵ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.