ଭଞ୍ଜନଗର,୨୭/୦୮(ପିପିଟି); ଅନ୍ୟାନ୍ୟ ଜିଲ୍ଲା ତୁଳନାରେ ଏବେ ଗଞ୍ଜାମ ଜିଲ୍ଲାରେ କ୍ରମଶଃ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି।ଗତକାଲି ର ରିପୋର୍ଟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ୧୭୭ଜଣ ଆକ୍ରାନ୍ତ ଥିବା ବେଳେ ଭଞ୍ଜନଗର ଅଞ୍ଚଳରେ କେବଳ ୪ଜଣ ଆକ୍ରାନ୍ତ ରହିଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ମେନ ରୋଡ଼ ର ଜଣେ ଏବଂ ଏହି ବ୍ଲକ ର ଗାଲେରୀ, ମଳାସ ପଦର ଓ ଗୁରାବାଡ଼ି ଗ୍ରାମର ଜଣେ ଲେଖାଏଁ ପଜିଟିଭ ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।