ଆଜି ଠାରୁ ପିଏଲଜିଏ ସପ୍ତାହ ଆରମ୍ଭ,ସରକାରୀ ବସ ଚଳାଚଳ ବନ୍ଦ ।

0 218

ମାଲକାନଗିରି,୦୨/୧୨(ପିପିଟି):ଆଜି ଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି।ପ୍ରତି ବର୍ଷ ପରି ପିଏଲଜିଏ ସପ୍ତାହ ପାଳନ ସପ୍ତାହରେ ଘରୋଇ ବସ୍ ସ୍ୱାଭାବିକ ଭାବରେ ଚଳାଚଳ କରିଥିବା ବେଳେ ସରକାରୀ ବସ୍ ଗୁଡିକ ବନ୍ଦ ରହିଥାଏ। ମାଲକାନଗିରି ଜିଲ୍ଲାରୁ କଟକ, ଭୁବନେଶ୍ୱର,ବ୍ରହ୍ମପୁର, ଆସ୍କା, ଭଞ୍ଜନଗର,ସମ୍ବଲପୁର, ରାଉଲକେଲା,ବରଗଡ଼, କୋରାପୁଟ,ନବରଙ୍ଗପୁର,ରାୟଗଡା,ଆନ୍ଧ୍ରପ୍ରଦେଶର ବିଜୟନଗରମ, ବିଶାଖାପାଟଣାକୁ ଦୂରଗାମୀ ସରକାରୀ ବସ୍ ଓ ସ୍ଥାନୀୟ ରୁଟକୁ ମଧ୍ୟ ସରକାରୀ ବସ୍ ଚଳାଚଳ ଆଜି ଠାରୁ ସଂପୂର୍ଣ୍ଣ ବନ୍ଧ କରି ଦିଆଯାଇଛି। ମାଓବାଦୀ ମାନେ ପ୍ରତିବର୍ଷ ଡିସେମ୍ବର ମାସ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି। ଆନ୍ଧ୍ର ଓଡ଼ିଶା ବଡର ଡିଭିଜନର ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସପ୍ତାହକୁ ଗାଁ ଗାଁରେ ମହାସମାରୋହରେ ପାଳନ କରିବା ପାଇଁ ପୂର୍ବରୁ ଆହ୍ୱାନ ଦେଇଥିଲେ। ଏହି ସପ୍ତାହରେ ଶହୀଦଙ୍କ ସ୍ମୃତିଚାରଣ କରାଯିବା ସହ ନୂତନ ଭାବେ ଯୁବକ ଏବଂ ଯୁବତୀମାନଙ୍କୁ ସଂଗଠରେ ସାମିଲ ହେବାକୁ କ୍ଯାଡରମାନେ ଅନୁପ୍ରାଣିତ କରିଥାନ୍ତି। ଏଥି ପାଇଁ ମାଓ ପ୍ରବଣ ଅଞ୍ଚଳରେ ମାଓ ସଂଗଠନ ତରଫରୁ ଶହୀଦ ସ୍ତମ୍ଭ ନିର୍ମାଣ କରାଯାଇଥାଏ । ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଅବସରରେ କୌଣସି ହିଂସାକାଣ୍ଡର ଆଶଙ୍କାକୁ ଆଖି ଆଗରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ଯବସ୍ଥା କରାଯାଇଛି। ତେବେ ମାଲକାନଗିରି ଅଞ୍ଚଳରେ ଜୀବନ ଯାତ୍ରା ସ୍ବାଭାବିକ ରହିଥିବା ଜଣାପଡିଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.