ଆଜାଦୀ କା ୭୫ତମ ଅମୃତ ମହୋତ୍ସବ ପାଳନ, ରାଷ୍ଟ୍ର ପାଇଁ ସମର୍ପିତ ହେବ ୭୫ କୋଟି ସୂର୍ଯ୍ୟ ନମସ୍କାର ।

0 239

ଉଲୁଣ୍ଡା,୦୮/୦୨(ପିପିଟି): ଆୟୁଷ ମନ୍ତ୍ରଣାଳୟ , ନେସନାଲ ଯୋଗାସନ ଫେଡେରେସନ ୱାର୍ଲଡ ଯୋଗାସନ ଆସୋସିଆସନ ଅଫ ଇଣ୍ଡିଆନ ୟୁନିଭରସିଟି ଫିଟ ଇଣ୍ଡିଆ, ମିଶନର ଆହ୍ୱାନ କ୍ରମେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ରାଷ୍ଟିୟ ସ୍ଵୟଂ ସେବକ ସଂଘ ପକ୍ଷରୁ ସାମୁହିକ ସୂର୍ଯ୍ୟ ନମସ୍କାର ଓ ରାଷ୍ଟ୍ର ବନ୍ଦନାର ଅଭ୍ୟାସ ଅନୁଷ୍ଟିତ ହୋଇ ଯାଇଛି । ପ୍ରତି ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ଯାପନ କାମନାରେ ଏ ମହତ ପ୍ରୟାସ ସାରା ଦେଶରେ ଏବେ କରା ଯାଉଛି । ଏହି ଉପଲକ୍ଷେ ଆଜି ସୁବର୍ଣ୍ଣପୁର ଜିଲ୍ଲାର କ୍ରୀଡ଼ା ଭାରତୀ ସଭାପତି ଦୁର୍ୟୋଧନ ରାଉତଙ୍କ ତତ୍ବାବଧାନରେ ଯୋଗ ପ୍ରଶିକ୍ଷକ ମନୋଜ ପଣ୍ଡା ,ରାଜେଶ ସିଂହଙ୍କ ଉଦ୍ୟମରେ ସହରର ରାଜ କଲେଜ ର ସମର ଶିକ୍ଷାର୍ଥୀ ବାହିନୀ , ମହାରାଜା ସ୍କୁଲ , ବାଳିକା ଉଚ୍ଚ ବିଦ୍ୟାଳୟ , ସାହାରା ଟ୍ରଷ୍ଟ ହାଇସ୍କୁଲ , କୋଶଳ ହାଇସ୍କୁଲ ଓ ସରକାରୀ ଆଦର୍ଶ ସ୍କୁଲ ପିପିଲିପାଲି ସୁବର୍ଣ୍ଣପୁର ସମେତ ,ବିଜୁ ପଟ୍ଟନାୟକଙ୍କ ଛକ, ଲୁଲୁ ଫିଲ୍ଡ , ରିଜର୍ଭ ପଡିଆ ସମ୍ମୁଖରେ ବିଭିନ୍ନ ସଂଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯକ୍ରମ କରାଯାଇଥିଲା । ପ୍ରତି ସ୍କୁଲର ପ୍ରଧାନ ଶିକ୍ଷକ ,ଆୟୋଜକ ଆରଏସଏସ ସମେତ ସ୍ଵଚ୍ଛ ଭାରତ ସଂଗଠନ, ପତଞ୍ଜଳି ୟୁବା ଭାରତ , ରକ୍ତଦାତା ସେବା ସଂଘ, ପଶ୍ଚିମ ଓଡ଼ିଶା ଯୁବ ମଞ୍ଚ, ପଏଁରି,ବୁଢ଼ାରଜା ଯୁବକ ସଂଘ, କୁଷ୍ଟା ଶ୍ରମ, ଏସବିଆଇ ଟ୍ରେନିଙ୍ଗ ସେଣ୍ଟର ସମେତ ବିଭିନ୍ନ ପ୍ରମୁଖ ସଂଗଠନର କର୍ମକର୍ତା ଓ ବରିଷ୍ଟ ବ୍ୟକ୍ତି ବିଶେଷ ଏ ମହତ କାର୍ଯ୍ୟ ରେ ନିଜକୁ ସାମିଲ କରିଥିଲେ । ଏହା ୧ ଫେବୃଆରୀ ଆରମ୍ଭ ହୋଇ ୭ତାରିଖରେ ସମାପନ ରଥ ସପ୍ତମୀ ଦିନ ଶେଷ ହୋଇଛି । ଯେଉଁଠି ଜିଲ୍ଲାର ପ୍ରତି ବର୍ଗର ଲୋକ ଓ ୟୋଗ ଶୁଭେଚ୍ଛୁଙ୍କ ଉଦ୍ୟମରେ ଜିଲ୍ଲାରୁ ଆଠ ଲକ୍ଷରୁ ଉର୍ଦ୍ଧ୍ବ ସୂର୍ଯ୍ୟ ନମସ୍କାର ରାଷ୍ଟ୍ର ସକାଶେ ସମର୍ପଣ କରା ଯାଇଛି ।
(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ। )

Leave A Reply

Your email address will not be published.