ଦିଗପହଣ୍ଡି,୦୧/୦୨(ପିପିଟି): ଦିଗପହଣ୍ଡି ଥାନା ଅଧିନସ୍ଥ ଆଙ୍କରୋଡା ଗ୍ରାମପଞ୍ଚାୟତର ଆଙ୍କରୋଡା ଗ୍ରାମବାସୀ ଦିଗପହଣ୍ଡି ଥାନା ଘେରାଉ କରିଛନ୍ତି ଥାନା ଆଗରେ ମଙ୍ଗଳବାର ସକାଳୁ ହୋହାଲା କରୁଛନ୍ତି ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନ ପାଇଁ ସବୁଠି ମାହୋଲ ଗରମ ହୋଇଥିବା ବେଳେ ରାଜନୈତିକ ହିଂସାକୁ ରୋକିବାପାଇଁ ପୋଲିସ ପ୍ରଶାସନ ଅହରହ ଉଦ୍ୟମ କରି ପାଟ୍ରୋଲିଂ ଜୋରଦାର କରିଛି
ନିଶାକାରବାର ବେଆଇନ ମଦ କାରବାରକୁ ରୋକିବାପାଇଁ ପୋଲିସ ପ୍ରଶାସନ ବିଭିନ୍ନ ପ୍ରକାର ସୂତ୍ର ଆପଣାଇଛି । ସୋମବାର ବିଳମ୍ବିତ ରାତିରେ ଦିଗପହଣ୍ଡି ଥାନା ପୋଲିସ ଆଙ୍କରଦା ଗାଁରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଭାଙ୍ଗୁଥିବା ଅଭିଯୋଗରେ ପୂର୍ବତନ ସରପଞ୍ଚଙ୍କ ସୂଚନା ଅନୁସାରେ ଗାଁର କିଛି ଯୁବକକୁ ପୋଲିସ ବଳପ୍ରୟୋଗ କରି ଚାପ ପକାଇ ରାତାରାତି ଉଠାଇନେଇଛି । ଏହାର ପ୍ରତିବାଦ କରି ମଙ୍ଗଳବାର ସକାଳୁ ଗାଁବାସୀ ଦିଗପହଣ୍ଡି ଥାନା ସମ୍ମୁଖକୁ ଆସି ଉତ୍ତେଜନା ପ୍ରକାଶ କରିବା ସହିତ ସେମାନଙ୍କୁ ନିସର୍ତ୍ତ ଖଲାସ ଦାବୀ କରିଛନ୍ତି।ନିର୍ବାଚନ ସମୟରେ ପୋଲିସ ପକ୍ଷପାତିତା ନକରିବାକୁ ଗାଁବାସୀ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ ଜଣାଇଛନ୍ତି।
Next Post