ଅସହାୟ ବୃଦ୍ଧ,ବୃଦ୍ଧା ଦମ୍ପତ୍ତି ଙ୍କର ବାସଗୃହ ନଥିବାରୁ ଗ୍ରାମର କ୍ଳବ୍ ଘରେଦୀର୍ଘ ଚାରିବର୍ଷ ହେଲା ନେଇଛନ୍ତି ଆଶ୍ରୟ।

0 363

ବୋଲଗଡ଼,୨୦/୧୧(ପିପିଟି): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ଅଧିନସ୍ଥ ମୁଗମଣ୍ଡା ଗ୍ରାମର ଅସହାୟ ଦମ୍ପତି ହରପ୍ରିୟା ଦଳାଇଙ୍କର ଦୁଃଖଦୃଦଶା ନକହିଲେ ନଚଳେ। ତାଙ୍କ କହିବା ଅନୁସାରେ ତାଙ୍କର କେହି ସହାୟନାହାନ୍ତି, ଏକମାତ୍ର ଝିଅକୁ ବହୁକଷ୍ଟରେ ବାହା ଦେଇଛନ୍ତି। ସ୍ୱାମୀ ଲକ୍ଷ୍ମୀଧର ଦଳେଇଙ୍କର ଚାରିବର୍ଷ ହେଲା ଗାଡିଧକାରେ ଗୋଡଭାଙ୍ଗି ଚିକିତ୍ସା ଅଭାବରୁ ପଡିରହିଛନ୍ତି। ଗତ ଫାଇଲିନି ବାତ୍ୟାରେ ନିଜର ଚାଳଘର ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିବାରୁ ଗ୍ରାମର କ୍ଳବ୍ ଘର ପ୍ରଭାତଯୁବକ ସଂଘ ଘରେ ଦୀର୍ଘ ଚାରିବର୍ଷ ହେଲାଆଶ୍ରୟ ନେଇ ରହିଛନ୍ତି। ଅଭାବ ଅସୁବିଧାରେ ଥିବାରୁ ଘର ବଖରାଟିଏ କରିପାରିବାର ସମ୍ବଳ ନାହିଁ। କେବଳପାଉଥିବା ଭତ୍ତାଟଙ୍କା ଓ ରାସନକୁ ପାଥେୟକରି ଚଳୁଛନ୍ତି। ସେଥିରେ ସ୍ୱାମୀଙ୍କର ଓୌଷଧ ଖର୍ଚ୍ଚ କରୁଛନ୍ତି। ଘର ନଥିବାରୁ ଗ୍ରାମର ଲୋକଙ୍କ ଠାରୁ ବହୁ ଅକଥନୀୟ କଥା ଶୁଣିବାକୁ ପଡୁଥିଲେମଧ୍ୟ ସହନକରି ପଡିରହିଛନ୍ତି ସେହିକ୍ଳବ୍ ଘରେ।ସେ ସ୍ଥାନୀୟ ପ୍ରଶାସନ କୁ ବାରମ୍ବାର ଗୁହାରି କରିଥିଲେ ମଧ୍ୟ ତାଙ୍କର ଗୁହାରିକୁ କେହିଶୁଣି ନଥିବାକଥା ହରପ୍ରିୟା ଦଳାଇ ଆମ ପିପିଟି ନ୍ୟୁଜ୍ ପ୍ରତିନିଧିଙ୍କୁ ଜଣାଇଛନ୍ତି ଓ ପୁନରାୟ ପ୍ରଶାସନ ପାଖରେ ନିଜର ଗୁହାରି ରଖିବା଼ସହିତ ଆବାସଗୃହ ଟିଏ ପାଇବାପାଇଁ ଦାବିକରିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.