ଅମୃତ ସରବର ପରିଦର୍ଶନ କଲେ ସମବାୟ ଶାସନ ସଚିବ ।

0 271

ମାଲକାନଗିରି,୧୯/୧୧(ପିପିଟି): ଆଜି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି- ୭୯- ଗ୍ରାମର ଜଗତ ଜନନୀ ଏସଏଚଜି ଗ୍ରୁପ ଋଣ ଆଣି ମତ୍ସ୍ଯ ଚାଷ କରିଥିବା ବେଳେ ଉକ୍ତ ଅର୍ଥର କିପରି ସଦ ବିନିଯୋଗ କରାଯାଇଛି ତାହାକୁ ପରିଦର୍ଶନ ନିମନ୍ତେ ଏମଭି -୭୯ ଗ୍ରାମର ଅମୃତ ସରୋବର ନିକଟରେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୀବ ଚଡ୍ଡା, ପି.ଡି ରତ୍ନାକର ସାହୁ, ଡିପିଏମ ପବିତ୍ର ମହନ ବାରହା, ବିଡ଼ିଓ ଉମା ଶଙ୍କର ଦଳେଇ,ସିଡିପିଓ ଅନ୍ନପୂର୍ଣ୍ଣା ବୁରୁଦା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏହା ବ୍ଯତୀତ ତଣ୍ଡାବାଇ ସରପଞ୍ଚ ସତ୍ୟ ମାଡକାମୀ, ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ମତ୍ସ୍ଯ ଚାଷ ଲାଗି ଜଗତ ଜନନୀ ଏସଏଚଜି ଗ୍ରୁପକୁ ମୋଟ ୩ ଲକ୍ଷ ୬୦ ହଜାର ଟଙ୍କା ଋଣ ପ୍ରଦାନ କରା ଯାଇଥିବା ବେଳେ ୨ଲକ୍ଷ ୨୧ ହଜାର ଋଣ ଛାଡ ସରକାରଙ୍କ ତରଫରୁ କରାଯାଇଥିଲା । ସରକାରଙ୍କ ତରଫରୁ ଏହିପରି ସହାୟତା ମିଳିଲେ ଭବିଷ୍ୟତରେ ଆହୁରି ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିବାର ଲକ୍ଷ୍ୟ ରହିଥିବା କଥା ଜଗତ ଜନନୀ ଏସ ଏଚ ଜି ଗ୍ରୁପ ର କାର୍ଯ୍ୟକର୍ତ୍ତାମାନେ ଶାସନ ସଚିବଙ୍କୁ କହିଥିଲେ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.