ସୁବର୍ଣ୍ଣପୁର ,୧୦/୦୮(ପିପିଟି) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ବମରାଜ ଗାଁର ଅବସରପ୍ରାପ୍ତ ଶିକ୍ଷକ ତଥା ଜ୍ୟୋତିର୍ବିଦ ପଣ୍ଡିତ ଗୁଣସାଗର ପଣ୍ଡାଙ୍କ ୭୫ ବର୍ଷ ବୟସରେ ପରଲୋକ ଘଟିଛି l ଆଜି ସକାଳ ୭ ଟା ୩୦ ମିନିଟ ସମୟରେ ଉତ୍କଳ ମେଡିକାଲ ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି l ଗତ କିଛି ମାସହେଲା ରୋଗରେ ପୀଡିତ ହୋଇ ସେଠାରେ ଚିକିତ୍ସାଧୀନ ଥିଲେ l ଜଣେ ଆଦର୍ଶ ଶିକ୍ଷକ ହିସାବରେ ସେ ଅଞ୍ଚଳରେ ବେଶ ପରିଚିତ ଥିବାବେଳେ ଗତ ୨୦୧୧ ମସିହାରେ ବୀରମହାରାଜପୁର ବ୍ଲକ ଅଚଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ଭାବରେ ଅବସର ନେଇଥିଲେ l ଏହା ସହ ପଣ୍ଡିତ ଓ ଜ୍ୟୋତିର୍ବିଦ କ୍ଷେତ୍ରରେ ମଧ୍ୟ ତାଙ୍କର ବେଶ କ୍ଷାତି ରହିଥିଲା l ସେ କୋଶଲ ଜ୍ୟୋତିର୍ବିଦ ପଣ୍ଡିତ ମହାସଭା ର ସୁବର୍ଣ୍ଣପୁର ଜିଲ୍ଲା ସଭାପତି ମଧ୍ୟ ଥିଲେ l ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଧାର୍ମିକ ଅନୁଷ୍ଠାନ ସହ ସେ ବେଶ ଜଡିତ ଥିଲେ l ଆଜି ତାଙ୍କର ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ଗାଁ ରେ ଶ୍ରୀ ପଣ୍ଡା ଙ୍କ ମର ଶରୀର ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା l ସନ୍ଧ୍ୟା ୭ ଟା ବେଳେ ଗାଁ ଶ୍ମଶାନ ଘାଟ ରେ ସ୍ୱର୍ଗୀୟ ପଣ୍ଡା ଙ୍କ ଅନ୍ତିମ ସଂସ୍କାର କରଯାଇଥିଲା l ବଡ ପୁଅ ରମାକାନ୍ତ ପଣ୍ଡା ପିତା ଙ୍କୁ ମୁଖlଗ୍ନି ଦେଇଥିବା ବେଳେ ପୁଅ ଶ୍ୟାମ ସୁନ୍ଦର, ମନୋଜ୍ ଓ ମାନସ ଚାରି ପୁଅ ଉପସ୍ଥିତ ଥିଲେ l
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ