ଅବସରପ୍ରାପ୍ତ ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ଼ଙ୍କ ପରଲୋକ।

0 173

ବେଗୁନିଆପଡା,୨୧/୦୫(ପିପିଟି): ନୂତନ ପେନସନ ଯୋଜନାରେ ଚାକିରୀ କରି ଅବସର ନେଇଥିବା ଶିକ୍ଷକ କୈଳାଶ ଚନ୍ଦ୍ର ଗୌଡ଼ଙ୍କର ଆଜି ମୃତ୍ୟୁ ଘଟିଛି। ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠ ସରସିଂ ଗ୍ରାମର କୈଳାଶ (୬୩) ଗତ ୨୦୨୧ ମସିହାରେ ମର୍ଦମେଖ ବିଦ୍ୟାଳୟରୁ ଅବସର ନେଇଥିଲେ। ଏନପିଏସ ଯୋଜନାରେ ସେ ପ୍ରାୟ ୧୮୦୦ ଟଙ୍କା ମାସିକ ପେନସନ ଆକାରରେ ପାଉଥିଲେ। ଏତିକି ଅର୍ଥରେ ସେ କିପରି ଚଳିବେ ସେ ନେଇ ତାଙ୍କର ମାନସିକ ଭାରସାମ୍ୟ ହରାଇଥିଲେ । ପରେ ପରେ ସେ ଦୁର୍ବଳ ହୋଇପଡ଼ିଥିଲେ। ଗତକାଲି ହଠାତ ତାଙ୍କ ପେଟରେ ଯନ୍ତ୍ରଣା ହେବା ପରେ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି କୁ ଚିକିତ୍ସା ପାଇଁ ନିଆଯାଇଥିଲା କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘରେ ତାଙ୍କର ପତ୍ନୀ, ଦୁଇ ପୁଅ ଓ ଗୋଟିଏ ଝିଅ ଥିବା ବେଳେ ଆଉ ଗୋଟିଏ ଝିଅ ବାହା ହୋଇଯାଇଛନ୍ତି। ମୃତ୍ୟୁ ପରେ ତାଙ୍କ ଶବକୁ ଗାଁ ସ୍ମଶାରେ ସତ୍କାର କରାଯାଇଛି । ସେ ଜଣେ ମେଳାପୀ ଓ ମିଷ୍ଟଭାଷୀ ବ୍ୟକ୍ତି ଭାବରେ ସମସ୍ତଙ୍କ ନିକଟରେ ପ୍ରିୟପାତ୍ର ଥିଲେ । ତାଙ୍କ ମୃତ୍ୟୁରେ ବେଗୁନିଆପଡା ବ୍ଲକ ଶିକ୍ଷକ ମହଲରେ ଶୋକ ଖେଳିଯିବା ସହ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସରକାରଙ୍କ ତରଫରୁ ତାଙ୍କ ପରିବାରକୁ ସହାୟତା ଦେବା ପାଇଁ ଅନୁରୋଧ କରାଯାଇଛି ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.