ଅବକାରୀ ବିଭାଗର ଚଢ଼ାଉ, ମଦ ଜବତ ସହ ଜଣେ ଗିରଫ ।

0 238

ଉଲୁଣ୍ଡା,୨୯/୧୧(ପିପିଟି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅବକାରୀ ବିଭାଗ ତରଫରୁ ବେଆଇନ ମଦ ରନ୍ଧା ହେଉଥିବା ସ୍ଥାନରେ ଚଢାଉକରିଥିଲେ । ସୁବଲୟା ଥାନା ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ଚୁପକାଦାଦର ଗ୍ରାମରୁ ମହୁଲ ପୋଚ ଓ ଚୋରା ଦେଶୀମଦ ଜବତ କରାଯାଇଛି। ଚୋରାମଦ ପ୍ରସ୍ତୁତି ରେ ସଂପୃକ୍ତ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଛି ଅବକାରୀ ବିଭାଗ।ଗିରଫ ଅଭିଯୁକ୍ତ ଜଣକ ହେଲେ ଚୁବକାଦାଦର ଗ୍ରାମର ବ୍ରଜଗୋପାଳ ଗିରଙ୍ଗା(୨୨) । ସୁଚନାମତେ ଖଣ୍ଡହତା ପଞ୍ଚାୟତର ଚୁପକାଦାଦର ଗ୍ରାମରେ ବ୍ୟାପକ ପରିମାଣରେ ଦେଶି ମଦ ପ୍ରସ୍ତୁତ କରି ଚୋରାରେ ମଦ ବିକ୍ରି ହେଉଥିବା ଅଭିଯୋଗ ହେଉଥିଲା।ଏନେଇ ଅବକାରୀ ବିଭାଗ ପକ୍ଷରୁ ଅଚାନକ ଚଢାଉ କରାଯାଇ ଥିଲା।ଚଢାଉବେଳେ ୫ଲିଟର ଦେଶି ମଦ ଓ ୨ ଡ୍ୟାକ୍ଚି ଜବତ କରାଯାଇଛି।ଏହା ସହିତ ମଦ ପ୍ରସ୍ତୁତ ପାଇଁ ରଖାଯାଇ ଥିବା ୧୫୦ କୁଇଣ୍ଟାଲ ମହୁଲ ପୋଚ ମଧ୍ୟ ଜବତ କରି ନଷ୍ଟ କରାଯାଇଛି। ଏଥିରେ ସଂପୃକ୍ତ ଉକ୍ତ ଗ୍ରାମର ବ୍ରଜ ଗୋପାଳ ଙ୍କୁ ଗିରଫ କରାଯାଇଛି। ଏନେଇ ଅବକାରୀ ବିଭାଗ ତରଫରୁ କେସ୍ ନଂ ୧୨୭/୨୨ରେ ଏକ ମାମଲା ରୁଜୁ କରାଯାଇଛି।ସୁବର୍ଣ୍ଣପୁର ଅବକାରୀ ଅଧିକ୍ଷକ ଙ୍କ ନିର୍ଦ୍ଦେଶକ୍ରମେ ବୀରମହାରାଜପୁର ଅବକାରୀ ବିଭାଗ ଏଏସଆଇ ବନମାଳୀ ରଣା ଙ୍କ ନେତୃତ୍ବରେ କନେଷ୍ଟବଳ ଚିତ୍ତରଞ୍ଜନ ଦାଶ,ଭାଗ୍ୟବାନ କୁମ୍ଭାର ଓ ନମିତା ବାଦୀ ସାମିଲ ଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ )

Leave A Reply

Your email address will not be published.