ଉଲୁଣ୍ଡା,୨୪/୦୯(ପିପିଟି): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଚଢେଇପଙ୍କ,ଏସ ପତ୍ରାପାଲି, ଯଉଁରାଭଉଁରା,ଏବଂ ସିଂଢୋଲ ପଞ୍ଚାୟତରେ ବାରମ୍ବାର ବିଦ୍ୟୁତ ସମସ୍ୟା ଦେଖାଦେଇଥିବା ବେଳେ ଆଜକୁ ଦୀର୍ଘ ଚାରି ଦିନ ହେବ ଏହି ଚାରି ପଞ୍ଚାୟତ ଅନ୍ଧାରରେ ଥିବା ଜଣାପଡିଛି । ଫଳରେ ଚାରି ପଞ୍ଚାୟତର ମୋବାଇଲ ସେବା,ଜଳ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇ ପଡିବା ସହ ସିଂଢୋଲ ଆବାସିକ ବିଦ୍ୟାଳୟଏବଂ ଝାରବାହାଲି ଆଦର୍ଶ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏଥିରେ ଉପଭୋକ୍ତା ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଶହ ଶହ ଉପଭୋକ୍ତା ଉଲୁଣ୍ଡା ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ଘେରାଉ କରିଥିଲେ । ଚଢ଼େଇପଙ୍କ ସରପଞ୍ଚ ଦୁର୍ଯ୍ୟୋଧନ ପରଡ଼ିଆ,ହୃଦାନନ୍ଦ ମେହେର,ପୂର୍ବ ସରପଞ୍ଚ ଘସିରାମ ସେଠ,ଶିବ ଚରଣ ସାହୁ,ଯଉଁରାଭଉଁରା ପୂର୍ବ ସରପଞ୍ଚ ତ୍ରିନାଥ ଭୋଇ,ଶିବ ସାହୁ,ଘସିରାମ ଭୁକ୍ତା ପ୍ରମୁଖଙ୍କ ସହ ବହୁ ସଂଖ୍ୟାରେ ବିଦ୍ୟୁତ ଉପଭୋକ୍ତା ଯୋଗଦେଇ ଘେରାଉ କରିଥିଲେ ।ମଟର ବିଦ୍ୟୁତ ବିଭାଗର ଅଧିକାରୀ ମାନେ କର୍ଯ୍ୟାଳୟରେ ଅନୁପସ୍ଥିତ ଥିବାରୁ ଉପଭୋକ୍ତା ମାନେ ହୋ ହଲ୍ଲା କରିଥିଲେ ।ପରେ ଅଧିକାରୀ ମାନେ ପହଞ୍ଚି ଉପଭୋକ୍ତା ମାନଙ୍କୁ ବୁଝାଶୁଝା କରିବା ସହ ନିୟମିତ ବିଦ୍ୟୁତ ସେବା ଯୋଗାଇଦେବାର ଲିଖିତ ପ୍ରତିଶୃତି ଦେବା ପରେ ଉପଭୋକ୍ତା ମାନେ ଆନ୍ଦୋଳନରୁ ଓହରି ଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)