ଅଧ୍ୟାପକଙ୍କ ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା ।

0 298

ବେଲଗୁଣ୍ଠା,୧୯/୦୨(ପିପିଟି): ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗର ଦିବଙ୍ଗତ ଅଧ୍ୟାପକ ଦିଲ୍ଲୀପ୍ କୁମାର ପ୍ରଧାନଙ୍କ ଦ୍ଵାଦଶାହ ଶ୍ରଦ୍ଧାଞ୍ଜଳି ସଭା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷା ସଂଯୁକ୍ତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରୀ ଉପସ୍ଥିତ ରହି ସ୍ଵର୍ଗତ ପ୍ରଧାନଙ୍କ ସ୍ମୃତି ଚାରଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସୂଚନା ଥାଉକି ସ୍ଵର୍ଗତ ପ୍ରଧାନ ୧୯୭୬ ମସିହା ଡିସେମ୍ବର ମାସ ଆଠ ତାରିଖରେ ଜଗନ୍ନାଥପ୍ରସାଦ ବ୍ଳକ୍ ଅନ୍ତର୍ଗତ ଅଲଣ୍ଡା ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ବେଳେ ମାତ୍ର ୪୫ ବର୍ଷ ବୟସରେ ତାଙ୍କର ଅକାଳ ବିୟୋଗ ହୋଇଥିଲା । ତାଙ୍କର ଅକାଳ ବିୟୋଗ ଅଞ୍ଚଳର ଶିକ୍ଷା କ୍ଷେତ୍ରରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ଅଧ୍ୟକ୍ଷା ଶ୍ରୀମତୀ ପଣ୍ଡା ପ୍ରକାଶ କରିଥିଲେ । ଅଧ୍ୟାପିକା ସୁଶ୍ରୀ ଗୀତାଶ୍ରୀ ସାମନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.