ମାଲକାନଗିରି,୨୨/୧୧(ପିପିଟି):
ମାଲକାନଗିରି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅରୁଣ କୁମାର ପାଣ୍ଡେରାଙ୍ଗୀଙ୍କୁ ଆଜି ଅପରାହ୍ନରେ ଅଧ୍ଯାପକଙ୍କ ପ୍ରକୋଷ୍ଠରେ ବିଦାୟା କାଳିନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଛି। ତାଙ୍କର ଦୁଇ ଦିନ ତଳେ ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ କୁ ବଦଳି ହୋଇଥିଲା। ସେ ମାଲକାନଗିରି ମହାବିଦ୍ୟାଳୟ ରେ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାର୍ଯ୍ୟ କରି ଛାତ୍ରଛାତ୍ରୀ ,ଅଭିଭାବକ, ଏବଂ ଅଭିଭାବକ ମହଲରେ ଜଣେ ଉତ୍ତମ ଅଧ୍ୟାପକ ଭାବେ ସୁନାମ ଅର୍ଜନ କରିଥିଲେ। ତାଙ୍କର ବଦଳି ଖବର ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ବନ୍ଧୁମାନଙ୍କୁ ଦୁଃଖିତ କରିଥିଲା।ଅରୁଣ କୁମାର ପାଣ୍ଡେରାଙ୍ଗୀଙ୍କୁ ଆଜି ୨୨ ତାରିଖରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମୁକ୍ତ କରାଯାଇଛି।ତାଙ୍କ ପାଇଁ ଆୟୋଜିନ ବିଦାୟା କାଳୀନ ସମ୍ବର୍ଦ୍ଧିନା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶୋକ କୁମାର ଷଡ଼ଙ୍ଗୀ ସଭାପତିତ୍ୱ କରିଥିବା ବେଳେ ଅଧ୍ୟାପକ ଡ଼ଃ ରଞ୍ଜନ ସ୍ୱାଇଁ ମଞ୍ଚ ପରିଚାଳନା କରିଥିଲେ। ଏହି ସଭାରେ ଅଧ୍ୟାପକ ଜିମୁତ ନାୟକ,ଗୌତମ ନାୟକ, ପ୍ରମିୟ କୁମାର ମହାନ୍ତି, ଉମେଶ ଚନ୍ଦ୍ର ରାଉତ, ଡ଼ଃ ଗୋକୁଳାନନ୍ଦ ପାତ୍ର, ସୁଶାନ୍ତ ମାଝୀ, ଟୁକୁନା ପ୍ରସାଦ ବଡୁ ଏବଂ ଅଧ୍ଯାପିକା ନମିତା ଦଣ୍ଡସେନା ଲିପିଶା ରାଣୀ ନାୟକ,ପ୍ରେମ ରେଖା ଭତ୍ରା ,ସୀତାଂଶୁ ମାଳିନୀ ପରିଡ଼ା, ବରିଷ୍ଠ କିରାଣୀ ଭାଗବତୀ ସ୍ୱାଇଁ, କନିଷ୍ଠ କିରାଣୀ ମନୋରଂଜନ ପରିଡ଼ା, ଚନ୍ଦ୍ର ଚକୋର ଖିଲ,ସୁଜିତ ପାଣିଗ୍ରାହୀ,ସୁନୀଲ ସୋରନ, ଅର୍ଜନ ବଟା, ପୁଷ୍ପାଞ୍ଜଳି ଠାକୁରଙ୍କ ସମେତ ମହାବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ଅରୁଣ କୁମାର ପାଣ୍ଡାରାଙ୍ଗୀଙ୍କର ସହିତ ବିତାଇଥିବା ସମୟ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ଅରୁଣ କୁମାର ପାଣ୍ଡାରାଙ୍ଗୀ ମାଲକାନଗିରି ରେ ରହିଣୀ କାଳ ମଧ୍ୟରେ ନିଜର ଅନୁଭୂତି ବଖାଣିବା ଥିଲେ । ମାଲକାନଗିରି ମହାବିଦ୍ୟାଳୟ ରେ ଅର୍ଜନ କରିଥିବା ନିଜର ଅଭିଜ୍ଞତାକୁ ସେ ତାଙ୍କର ପରବର୍ତ୍ତୀ ଚାକିରି ଜୀବନରେ ଲଗାଇବାକୁ ସେ ପ୍ରତିଜ୍ଞା ବଦ୍ଧ ବୋଲି କହିଥିଲେ। ସଭା ଶେଷରେ ତାଙ୍କୁ ସମସ୍ତ ଶିକ୍ଷକ ଓ ଅଣ ଶିକ୍ଷକ କର୍ମଚାରୀ ମାନେ ଉତ୍ତରୀୟା ,ପୁଷ୍ପଗୁଚ୍ଛା ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ପରବର୍ତ୍ତୀ ଜୀବନ ମଙ୍ଗଳମୟ ହେଉ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)