ଅଜିତ କୁମାର ଦଳାଇଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ।

0 445

ମାଲକାନଗିରି,୧୬/୦୫(ପିପିଟି) :ମାଲକାନଗିରି ଜିଲ୍ଲା ଜାତୀୟ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପରାମର୍ଶଦାତା ଅଜୟ କୁମାର ଦଳାଇ ଙ୍କ ମାଲକାନଗିରି ଜିଲ୍ଲା ରୁ ବୌଦ ଜିଲ୍ଲାକୁ ବଦଳି ହୋଇବା ଯୋଗୁଁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀଙ୍କ ତତ୍ତ୍ଵାବଧାନରେ ଜିଲ୍ଲା ସ୍ତରୀୟ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଶ୍ରୀ ଦଳାଇ ୨୦୧୦ ମସିହା ରୁ ୨୦୨୫ ମସିହା , ଯାହାକି ଦୀର୍ଘ ୧୫ ବର୍ଷ ପର୍ଯ୍ୟନ୍ତ ମାଲକାନାଗିରି ଜିଲ୍ଲାରେ କର୍ଯ୍ୟରତ ଥିଲେ ।
ସେ କାର୍ଯ୍ୟରତ ସମୟରେ ୨୦୧୬ ମସିହାରେ ଜିଲ୍ଲାର ମ୍ୟାଲେରିଆ ରୋଗୀ ସଂଖ୍ୟା ୪୦୪୩୯ ଥିଲା । କିନ୍ତୁ ୨୦୨୪ ମସିହାରେ ସେହି ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ହ୍ରାସ ହୋଇ ୪୪୯୭ କୁ ଆସିଥିଲା , ଯାହା କି ଶ୍ରୀ ଦଳାଇ ଙ୍କ ଅଦ୍ଭୂତ ପୂର୍ବ ସଫଳତା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ସେହିପରି ୨୦୧୬ ରେ ହୋଇଥିବା ଜାପାନୀ ଜ୍ଵର ରେ ମୋଟ ୧୦୩ ଜଣ ଛୁଆ ଙ୍କ ମୃତ୍ୟୁ ଘଟିଥିଲା । ମାଲକାନଗିରି ରେ ଜାପାନୀ ଜ୍ଵର ସକାଶେ ତତ୍ ପରେ କିପରି କାହାର ବି ମୃତ୍ୟୁ ନ ହେବ ,ସେଥିରେ ଜିଲ୍ଲା ପ୍ରଶାସନ ବହୁତ ତତ୍ପରତା ଦେଖାଇଥିଲା , ଯାହା ଫଳରେ ୨୦୧୭ ମସିହାରେ ଶିଶୁ ମୃତ୍ୟୁ ସଂଖ୍ୟା ଶୂନ ହୋଇଥିଲା । ସେଥି ସକାଶେ ଜାତୀୟ ମାନବାଧିକାର କମିଶନ ଶେଷରେ ୨୦୧୭ ମସିହାରେ ଏହି କାର୍ଯ୍ୟକ୍ରମ ସକାଶେ ବହୁତ ପ୍ରଶଂସା ବି ଜିଲ୍ଲା ପ୍ରଶାସନ କୁ ଜଣାଇ ଥିଲା । ଏଥି ରେ ଶ୍ରୀ ଦଳାଇ ଙ୍କ ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ।
ସେହିପରି ଡେଙ୍ଗୁ ରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଜିଲ୍ଲା ତରଫରୁ ଯେଉଁ ସବୁ ପଦକ୍ଷେପ ନିଆଯାଇଥିଲା । ସେହି କାର୍ଯ୍ୟକ୍ରମ ରେ ମଧ୍ୟ ଶ୍ରୀ ଦଳାଇଙ୍କ ଯୋଗଦାନ ଅତି ପ୍ରଶଂସନୀୟ ଅଟେ । ଯେପରି କି ୨୦୨୨ ମସିହା ରେ ୩୩୬ ଏବଂ ୨୦୨୩ ରେ ମୋଟ ୩୫୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨୦୨୪ ମସିହାରେ ତାହା ହ୍ରାସ ହୋଇ ୬୯ କୁ ଆସିଯାଇଥିଲା ।
ଫାଇଲେରିଆ ରୋଗ ବିଲୋପ ପର୍ଯ୍ୟାୟର ଜାତୀୟ ସ୍ୱାସ୍ଥ୍ୟ ସଂଗଠନ ଦ୍ଵାରା ଫାଇଲେରିଆ ରୋଗ ଳର ପୂର୍ଣ୍ଣ ଯାଞ୍ଚ କରାଯିବା ପରେ ଭାରତ ସରକାରଙ୍କ ଠାରୁ ମଧ୍ୟ ମାଲକାନଗିରି ଜିଲ୍ଲା ଏବଂ ଶ୍ରୀ ଦଳାଇ ପ୍ରଶଂସା ପାତ୍ର ହୋଇପାରିବେ ।
ମାଲକାନଗିରି ଜିଲ୍ଲା ମ୍ୟାଲେରିଆ ନିୟନ୍ତ୍ରଣକୁ ନେଇ ଯେଉଁ ଦମନ ନାମୀ ଚଳଚ୍ଚିତ୍ର ପ୍ରକାଶିତ ହୋଇଥିଲା , ସେଥି ସକାଶେ ଶ୍ରୀ ଦଳାଇଙ୍କ ଅବଦାନ ବହୁତ ପ୍ରଶଂସା ଯୋଗ୍ୟ ଥିଲା ।
ଏଥି ସକାଶେ ମ୍ୟାଲେରିଆ ଓ ଅନ୍ୟାନ୍ୟ ମଶା ବାହିତ ରୋଗ ର ନିୟନ୍ତ୍ରଣ ଦିଗରେ ବିଭିନ୍ନ ମହଲରୁ ଯେପରି କି ଜିଲ୍ଲାର ଜିଲ୍ଲାପାଳ ଓ ରାଜ୍ୟ ଅଧିକାରୀଙ୍କ ଠାରୁ ପ୍ରଶଂସାର ପାତ୍ର ହୋଇଥିଲେ ବୋଲି କୁହାଯାଇଛି।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିଡିଏମଓ ଡ଼ଃ ବ୍ରଜବନ୍ଧୁ ଦାଶ, ମ୍ୟାଲେରିଆ ଅଫିସର ସୌଭାଗ୍ୟ ରଞ୍ଜନ ରଣସିଂହ, ଡ଼ଃ ହୁସେନ ଡିପିଏମ ମୌସୁମୀ ମିଶ୍ର, ଲକ୍ଷ୍ମୀଧର ଦାଶ ଓ ଅନ୍ୟାନ୍ୟ ମେଡିକାଲ୍ କର୍ମଚାରୀମାନେ ଯୋଗଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.