ଅଜଣା ରୋଗ ପୋକ ଆତଙ୍କ,ଚାଷୀର ମୁଣ୍ଡରେ ଚଡକ ।

0 310

ପଦ୍ମପୁର,୧୬/୦୯(ପିପିଟି); କରୋନା ସମୟରେ ଚାଷ କାର୍ଯ୍ୟରେ କଟକଣା କୋହଳ ହେବା ପରେ ଚାଷୀ ଖୁସିରେ ଚାଷ କାର୍ଯ୍ୟରେ ଲାଗିପଡ଼ିଥିଲେ । ହେଲେ ବର୍ତ୍ତମାନ ଧାନ ଚାଷରେ ଅଜଣା ରୋଗପୋକ ଆତଙ୍କ ଚାଷୀର ମୁଣ୍ଡରେ ଚଡକ ସଦୃଷ ପଲଟିଛି । ପଦ୍ମପୁର ଉପଖଣ୍ଡ ବିଭିନ୍ନ ଫଚାୟତରେ ଧାନ ଚାଷରେ ଏବେ ଅଜଣା ରୋଗର ଆତଙ୍କ । ରୋଗପୋକ କାରଣରୁ ଶହଶହ ଏକର ଧାନ ଚାଷ ନଷ୍ଟ ହେବାରେ ଲାଗିଲାଣି । ଧାନ ଗଛରେ ରୋଗ ପୋକ ଆକ୍ରମଣ ଯୋଗୁଁ ଧାନ ଗଛ ବଢିପାରୁ ନାହିଁ । ବର୍ତ୍ତମାନ ସମୟରେ ଅନ୍ୟ ବର୍ଷରେ ଧାନ ଗଛରେ ଧାନରେ ଫୁଲଫଳ ଧରେ ହେଲେ ଚଲିତ ବର୍ଷ ରୋଗପୋକ ଯୋଗୁଁ ଧାନ ଗଛ ବଢ଼ି ପାରୁ ନାହିଁ ଯାହାକି ଚିନ୍ତାର କାରଣ ପାଲଟିଛି । ପତ୍ର ଗୁଡ଼ିକ ପ୍ରଥମେ ଲାଲ ହେବାରେ ଲାଗୁଛି ଏବଂ ପରେ ତାହା ପଚି ସଢ଼ି ନଷ୍ଠ ହୋଇଯାଉଛି । ସାଧାରଣତଃ ରାଷୀ ମାନେ ଏହି ରୋଗକୁ ଗଣ୍ଡିପୋକ ତଥା ପତ୍ରପୋଡା ରୋଗ ବୋଲି କହିଥାଆନ୍ତି । କୃଷି ବିଭାଗ ଅଧିକାରୀ ମାନେ ମଧ୍ୟ ରୋଗ ଚିହ୍ନିପାରୁନଥିବା ଅଭିଯୋଗ କରିଛନ୍ତି ଚାଷୀ । କରୋନା କଟକଣା ଯୋଗୁଁ ବହୁ ଦୁଃଖ କଷ୍ଟରେ ଚାଷା ବାଷ କରିଛନ୍ତି । ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ନେଇ ଚାଷ କରି ପରିବାର ପୋଷଣ ଆଶା ର ବାନ୍ଧିଥିବା ବେଳେ ବର୍ତ୍ତମାନ ସମୟରେ ଧାନ ଚାଷ ଉପରେ ଯେଉଁପରି ରୋଗପୋକ ଆକ୍ରାନ୍ତ କରିଛନ୍ତି ପଦ୍ମପୁର ଅଞ୍ଚଳର ଚାଷୀ ରୋଗପୋକରୁ ଚାଷକୁ ରକ୍ଷା କରି କିପରି ଅମଳ କରିବ ସେ ନେଇ ଚିନ୍ତା ର କାରଣ ସୃଷ୍ଟି ହୋଇଛିା ଗ୍ରାମାଚଂଳ ରେ କୃଷିବିଭାଗୀୟ କର୍ମଚାରୀ ଗଣ ବୁଲାବୁଲି କରି ଚାଷୀ ମାନଙ୍କୁ ଦିଗଦର୍ଶନ ଦେବା ପରିବର୍ତ୍ତେ ସେମାନଙ୍କ ନିଦ୍ରା ଭଙ୍ଗହେବ କେବେ ତାହା ଦେଖିବାକୁ ବାକି ରହିଲା । ରୋଗପୋକ ବିଷୟରେ ଚାଷୀ ମାନେ ଅଭିଯୋଗ କରିବା ପରେ କୃଷି ବିଭାଗ ଅଧିକାରୀ ଧାନ ବିଲ ଗୁଡିକ ଦେଖି କୀଟନାଶକ ବ୍ୟବହାର ପାଇଁ ପରାମର୍ଶ ଦେଉଛନ୍ତି । ଚାଷୀ କୃଷି ଅଧିକାରୀଙ୍କ ପରାମର୍ଶ ଅନୁସାରେ ବହୁ କଷ୍ଟରେ ଧାର କରଜ କରି ଚାଷୀ ଚଢା ଦରରେ ବଜାରରୁ କୀଟନାଶକ ଔଷଧ କିଣି ଧାନରେ ପ୍ରୟୋଗ କରୁଛି । କୀଟନାଶକ ଔଷଧ କୌଣସି ପ୍ରକାର କାମରେ ଆସୁନାହିଁ । କୀଟନାଶକ ଔଷଧ ପ୍ରୟୋଗ ପରେ ମଧ୍ୟ ରୋଗପୋକ ବଢ଼ିବାରେ ଲାଗିଛି ଏବଂ ଚାଷ ନଷ୍ଟ ହେଉଛି । ଚାଷୀଙ୍କ କୀଟନାଶକ କିଣିବା ଦ୍ଵାରା କେବଲ କୀଟନାଶକ ଔଷଧ ଦୋକାନୀ ମାଲେମାଲ ହେଉଛନ୍ତି ଏବଂ ଚାଷୀ କେବଳ ଖର୍ଚ୍ଚାନ୍ତ ହେଉଛନ୍ତି । ଏ ବିଷୟରେ ପଦ୍ମପୁର ଉପଜିଲ୍ଲାପାଲଙ୍କୁ ପଚରା ଯିବାରୁ ଅଜଣା ରୋଗ ବିଷୟରେ କୃଷି ବିଭାଗ ତଦନ୍ତ କରିବେ ଓ ଚାଷୀ ମାନେ କିପରି ସରକାରଙ୍କ ଦ୍ଵାରା ପ୍ରଦତ୍ତ କୀଟନାଶକ ପାଇପାରିବେ ସେ ବିଷୟରେ ପଦେକ୍ଷପ ନେବେ । କୃଷି ବିଭାଗ ଏହି ରୋଗକୁ ଠିକ ଭାବରେ ଚିହ୍ନଟ କରି ରୋଗର ନିରାକରଣପାଇଁ କୀଟନାଶକ ଯୋଗାଇ ଦେଲେ ଚାଷୀ ଉପକୃତ ହୋଇପାରିବେ । (ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।)

Leave A Reply

Your email address will not be published.