ଅଙ୍ଗନବାଡି କୁ ରାସ୍ତା ନାହିଁ ଆଣ୍ଠୁଏ କାଦୁଅ ରେ ପାର ହେଉଛନ୍ତି କୋମଳମତି ଶିଶୁ ।

0 206

ବେଲଗୁଣ୍ଠା,୦୩/୦୯(ପିପିଟି) :ପୂର୍ବ ସରକାରଙ୍କ ବିଚିତ୍ର ନୀତି, କୋମଳମତୀ ଶିଶୁଙ୍କ ପାଇଁ ନୂତନ ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ କରି ଚକାଚକ କରାଗଲା କର୍ମୀଙ୍କୁ ଏହା ହସ୍ତାନ୍ତର ମଧ୍ୟ କରାଗଲା ଗତ କିଛି ମାସ ହେଲା ଏଠି କେନ୍ଦ୍ର ବି ଚାଲିଛି ହେଲେ କେନ୍ଦ୍ର କୁ ରାସ୍ତା ନାହିଁ । ଜଣେ ବ୍ୟକ୍ତିଙ୍କ ପଟା ଜମିଦେଇ ପ୍ରତିଦିନ ପିଲାମାନେ ଯାଅ ଆସ କରୁଛନ୍ତି ଏବେ ବର୍ଷା ଦିନରେ ଆଣ୍ଠୁଏ କାଦୁଅ ରେ ସେହି ଜମିମଧ୍ୟ ଦେଇ ଯିବାକୁ ପଡୁଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି । ଜଗନ୍ନାଥପ୍ରସାଦ ବ୍ଲକ ପ୍ରତାପୁର ପଂଚାୟତ କଲ୍ୟାଣପୁର ଗ୍ରାମରେ । ଦୀର୍ଘ ବର୍ଷର ଦାବି ପରେ ସରକାର କୃପା ଦୃଷ୍ଟି ପକାଇ ଏହି ଗାଁ ରେ ଥିବା ପ୍ରତାପୁର ଖ ଅଙ୍ଗନବାଡି କେନ୍ଦ୍ର ପାଇଁ ଗୃହ ନିର୍ମାଣ ହୋଇଛି । ପୂର୍ବରୁ ଗାଁ କୋଠ ଘରେ ଏହି କେନ୍ଦ୍ର ଚଳାଇ ଆସୁଥିଲେ କର୍ମୀ । ଏବେ ନୂତନ କୋଠା ନିର୍ମାଣ ହେବାରୁ ଗତ କିଛି ମାସ ହେଲା ନିଜସ୍ୱ କୋଠାରେ ଅଙ୍ଗନବାଡି ଚାଲିଛି । ହେଲେ କେନ୍ଦ୍ର କୁ ରାସ୍ତା ନଥିବା ବେଳେ ଏବେ ବର୍ଷାଦିନ ନାହିଁନଥିବା ସମସ୍ୟା ସୃଷ୍ଟି ହୋଇଛି । ରାସ୍ତାରେ ପାଣି କାଦୁଅ ଜମି ରହିବା ଫଳରେ କେନ୍ଦ୍ରକୁ ପଂହଁଚିବା କଷ୍ଟ ସାଧ୍ୟ ହୋଇ ପଡୁଛି । ଅଭିଭାବକ ମାନେ ଶିଶୁଙ୍କୁ ପାଣିକାଦୁଅ ରେ ଟେକିଟେକି ଆଣିବାକୁ ପଡୁଛି । ଅନେକ ଅଭିଭାବକ ପିଲାଙ୍କୁ ସୁରକ୍ଷା ଦୁଷ୍ଟିରୁ ଛାଡୁନାହାନ୍ତି ଗତ କିଛିଦିନ ହେଲା ରାସ୍ତା ପାଇଁ କେନ୍ଦ୍ର ମଧ୍ୟ ବନ୍ଦ ରହିଛି । ପ୍ରଥମେ ରାସ୍ତା କଥା ଚିନ୍ତା ନକରି କେଉଁ ପରିସ୍ଥିତି ରେ ଅଙ୍ଗନବାଡି କେନ୍ଦ୍ର କରାଗଲା ବୋଲି ପ୍ରଶ୍ନ ଉଠିଛି । ଅନ୍ୟପକ୍ଷରେ ଏହି କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ କିମ୍ୱା ଜଳ ଯୋଗାଣ ଵ୍ୟଵସ୍ଥା ମଧ୍ୟ ନାହିଁ । ଯାହାକୁ ନେଇ ଗ୍ରାମବାସୀ ତଥା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ପ୍ରଶାସନ ଏଥିପ୍ରତି ନଜର ଦେଇ ତୁରନ୍ତ ସମସ୍ୟାର ସମାଧାନ ପ୍ରତି ନଜର ଦେଉ ବୋଲି ଦାବି ହୋଇଛି ।

Leave A Reply

Your email address will not be published.