ବେଲଗୁଣ୍ଠା,୦୬/୦୭(ପିପିଟି)ଜନ୍ମରୁ ଦୁଇଟି ଗୋଡ ଅଚଳ । ଠିଆ ହେବାକୁ କିମ୍ବା ଚାଲିବା ପାଇଁ ସକ୍ଷମ ନୁହେଁ ଗୋଡ । କେବଳ ଘୋଷାରି ହୋଇ କିଛି ଚଳପ୍ରଚଳ ହେଉଛି । ଗତ ୨୨ ବର୍ଷ ହେଲା ଏମିତି କଟୁଛି ଜୀବନ । ହେଲେ ପରିବାରର ଅବସ୍ଥା ଦେଖି ରୋଜଗାର ପାଇଁ ମନବଳାଇଛି ଭିର୍ଣ୍ଣକ୍ଷମ କାହ୍ନା ରାସ୍ତାରେ ଘୋଷାରି ହୋଇ ହାତ ସାହାଯ୍ୟ ରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଏହି ପିଲା ଜଣକ ହେଉଛି ୨୨ ବର୍ଷୀୟ କାହ୍ନା ମହାରଣା । ସେ ଜଣେ ଦିବ୍ୟଙ୍ଗ । ଠିକ ଭାବେ ଚାଲି ପାରୁନି କି କଥା ମଧ୍ୟ କହିପାରୁନି ହେଲେ ଏବେ ତାକୁ ଘାରିଛି ରୋଜଗାର ଚିନ୍ତା । କେମିତି ଦୁଇ ପଇସା ରୋଜଗାର କରିବ । ସେଥିପାଇଁ କିଛି ଚକଲେଟ, ବିସ୍କୁଟ, ସାବୁନ, ଗୁଟଖା, ପେଷ୍ଟ, ତେଲ, ପେନ ଭଳି କିଛି ଜିନିଷ ନେଇ ଗାଁ ଦାଣ୍ଡରେ ଜଣେ ଲୋକଙ୍କ ବାରଣ୍ଡାରେ ନିଜ ଛୋଟ ଦୋକାନ ଖୋଲିଛି । ଏଭଳି ଚିତ୍ର ଦେଖିବାକୁ ମିଳିଛି ଗଂଜାମ ବେଳଗୁଣ୍ଠା ବ୍ଲକ ଇଂଧନପୁର ଗାଁ ରେ ଏହି ଗାଁ ରେ ବାସ କରନ୍ତି । ବବୃ ମହାରଣା, ତାଙ୍କର ଗୋଟିଏ ପୁଅ କାହ୍ନା । ଜନ୍ମରୁ ବିକଳାଙ୍ଗ । ପରିବାରର ଅବସ୍ଥା ସେପରି ଭଲ ନୁହେଁ । ଉଭୟ ସ୍ୱାମୀ ସ୍ତ୍ରୀ ମୂଲ ଲାଗି ଯାହା ରୋଜଗାର କରନ୍ତି ଏଥିରେ ପରିବାର ଚଳିବା କଷ୍ଟକର । କାହ୍ନାର ଆଉ ଦୁଇଟି ଭାଇ ଭଉଣୀ ରହିଛନ୍ତି । ପରିବାରର ଏଭଳି ପରିସ୍ଥିତି ଦେଖି ବହୁ ଦିନ ଆଗରୁ କିଛି ରୋଜଗାର କରିବାକୁ ଇଚ୍ଛା କରୁଥିଲା ହେଲେ ଶେଷରେ ଦୋକାନ କରିବା ପାଇଁ ନିଷ୍ପତ୍ତି ନେଇ ବାପାଙ୍କୁ କହିବା ପରେ ସେ ଗୋଟିଏ କାଠରେ ଛୋଟିଆ ସେଲ୍ଫ ଟିଏ ପ୍ରସ୍ତୁତ କରିବା ସହ ପାଞ୍ଚଶହ ଟଙ୍କାର ଜିନିଷ ଆଣିଦେଇଥିଲେ । କାହ୍ନା ପ୍ରତିଦିନ ସକାଳୁ ବ୍ୟାଗରେ ଜିନିଷ ନେଇ ସେଠାରେ ଦୋକାନ ଖୋଲି ବସିଥାଏ । ଦିନକୁ ୫୦ ରୁ ୧୦୦ ଟଙ୍କା ମଧ୍ୟରେ ବ୍ୟବସାୟ କରିଥାଏ । କାହ୍ନା ର ଏଭଳି ପ୍ରୟାସକୁ ଗ୍ରାମବାସୀ ମଧ୍ୟ ଖୁସି ପ୍ରକଟ କରିଛନ୍ତି । ସରକାରୀ ଭାବରେ କାହ୍ନାକୁ ମାସିକ ଭତ୍ତା ମିଳୁଛି । ତାକୁ ଭିନ୍ନକ୍ଷମଙ୍କ ପାଇଁ ଉଦିଷ୍ଟ ଗାଡିଟିଏ ମିଳିଥିଲେ ସେ ନିଜେ ବଜାରକୁ ଯାଇ ଜିନିଷ ପତ୍ର ଆଣିବା ସହ ଅନ୍ୟ ଉପରେ ନିର୍ଭର କରିବାକୁ ପଡନ୍ତୁ ନାହିଁ ବୋଲି ଖନେଇ ଖନେଇ ପ୍ରକାଶ କରିଛି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )